Our website uses necessary cookies to enable basic functions and optional cookies to help us to enhance your user experience. Learn more about our cookie policy by clicking "Learn More".
Accept All Only Necessary Cookies
Gopala Bhanda icon

Gopala Bhanda

Odia Stories

Odi Techno Apps
2.0
  • Jan 16, 2018
    Update date
  • Everyone
  • Android 4.4+
    Android OS

About Gopala Bhanda

Gopala Bhanda Stories in Odia

This app is a collection of famous Gopala Bhanda stories in Odia.

It tells about jokes and stories about Gopala Bhanda. The stories are primarily about state craft and are popular throughout the India.

About Gopala Bhanda-

ବଙ୍ଗଳାର କୃଷ୍ଣ ନଗରରେ ରାଜତ୍ୱ କରୁ ଥାନ୍ତି ମହାରାଜା କୃଷ୍ଣ ଚନ୍ଦ୍ର ରାୟ । ଗୋପାଳଙ୍କର ପୂର୍ବ ପୁରୁଷ ସେହି କୃଷ୍ଣ ନଗରର ଘୂର୍ଣ୍ଣି ନାମକ ଗ୍ରାମରେ ବାସ କରୁ ଥାଆନ୍ତି । ସେମାନେ ଓଡିଶାରୁ ଯାଇ ବ୍ୟବସାୟ କରୁ କରୁ ରହି ଯାଇ ଥାଆନ୍ତି । କ୍ରମେ କ୍ରମେ ସେମାନଙ୍କର ଭାଷା ମଧ୍ୟ ବଙ୍ଗଳା ହୋଇ ଗଲା । କିନ୍ତୁ ସେମାନେ ବୃତ୍ତିରେ ଥିଲେ ନାପିତ ।

ଓଡିଆ ଏମିତି ଏକ ଜାତି ଯେଉଁ ରାଜ୍ୟକୁ ଯିବ ସେହି ରାଜ୍ୟର ଭାଷା ଓ ସଂସ୍କୃତିକୁ ନିଜର କରି ନେବ । ନିଜ କଥା ଭୁଲି ଯିବା ଗୋପାଳ ଓ ବଙ୍ଗଳା ଭାଷା ଓ ସଂସ୍କୃତି ସହିତ ମିଶି ଗଲେ ସୁଦ୍ଧା, ସେଠାକାର ଲୋକେ, ଗୋପାଳକୁ ଗୋପାଳ ଉଡେ ବୋଲି ଡାକିଲେ । ଓଡିଶାରୁ ଯାଇ ଥିବା ଯୋଗୁଁ ‘ଉଡେ’ ବୋଲି ଲୋକ ମାନେ ଡାକୁଥିଲେ ।

ଗୋପାଳ ପିଲା ଦିନରୁ ମଜା ମଜା କଥା କହି ଲୋକ ମାନଙ୍କୁ ହସାଇ ପାରୁ ଥିବା ଯୋଗୁଁ ଗୋପାଳକୁ ଗୋପାଳ ଭାଣ୍ଡ ବୋଲି ଥୋକାଏ କହିଲେ ।

ଗୋପାଳଙ୍କୁ ଯେତେ ବେଳେ ନଅ ବର୍ଷ ବୟସ, ତାଙ୍କର ପିତାଙ୍କର ଦେହାନ୍ତ ହେଲା । ସେଥି ପାଇଁ ସେ ଭଲ ରୂପେ ପଢା ଶୁଣା କରି ପାରିଲେ ନାହିଁ । ବାପା ମଧ୍ୟ ସେମିତି କିଛି ସମ୍ପତ୍ତି ଛାଡି ଯାଇ ନଥିଲେ । ଯାହାକି ଗୋପାଳଙ୍କ ଜୀବନ ଯାପନରେ ସହାୟ ହୋଇ ଥାଆନ୍ତା ।

କୌଣସି ବ୍ୟବସାୟ ବାଣିଜ୍ୟ କରିବା ପାଇଁ ମଧ୍ୟ ତାଙ୍କର ଆଗ୍ରହ ନଥିଲା । କିନ୍ତୁ ଗୋପାଳଙ୍କ ମୁଣ୍ଡରେ ବୁଦ୍ଧି ଥିଲା । କଥା କହି ଲୋକଙ୍କୁ ମୋହି ପାରୁ ଥିଲେ । ତାଙ୍କ କଥାରେ ସତେ ଯେମିତି ଯାଦୁ ଶକ୍ତି ଥିଲା । ଲୋକ ମାନେ ମୋହିତ ହୋଇ ଯାଉ ଥିଲେ । ତାଙ୍କର ଧୈର୍ଯ୍ୟ, ସାହସ ଦେଖିଲେ ଯେ କୌଣସି ଲୋକ ସ୍ତବ୍ଧ ହୋଇ ଯିବ । ସେ ଥିଲେ ନିର୍ଭିକ, ସତ୍ୟବାଦୀ, ଅନ୍ୟାୟ ଦେଖିଲେ ପ୍ରତିବାଦ କରୁ ଥିଲେ । ନିଜର ସାମର୍ଥ୍ୟ ନଥିଲେ ସୁଦ୍ଧା ଯେତିକି ପାରିବେ ସେତିକି ସାହାଯ୍ୟ କରୁ ଥିଲେ ।

ଏଥିରୁ ଅନୁମାନ କରି ହେବ ସେ ଯଦି ଉଚିତ୍ ଶିକ୍ଷା ଲାଭ କରି ଥାନ୍ତେ ତେବେ କ’ଣ କରି ନ ଥାନ୍ତେ । ସେ ସମଗ୍ର ଦେଶରେ ଜଣେ ବିଶିଷ୍ଟ ପଣ୍ଡିତ ରୂପେ ସୁନାମ ଅର୍ଜନ କରି ଥାନ୍ତେ ।

ଗୋପାଳଙ୍କର ମା ପୁଅକୁ ପୋଷିବା ପାଇଁ ଅକ୍ଷମ, କେଉଁଠୁ ଅର୍ଥ ଆଣିବେ ଯେ ପୁଅକୁ ପାଠ ପଢାଇବେ, ତଥାପି ଗୋପାଳ ନିଜର ବୁଦ୍ଧି ବଳରେ ଯତ୍କିଂଚିତ୍ ବିଦ୍ୟା ଶିକ୍ଷା କରି ଥିଲେ, ସେହି ଶିକ୍ଷା ବଳରେ ସେ ବିଚକ୍ଷଣତା ପ୍ରଦର୍ଶନ କରି ଥିଲେ ।

ଗୋପାଳ ଅତ୍ୟନ୍ତ ଧୂର୍ତ ଥିଲେ । ଏଣୁ ତାଙ୍କୁ କେହି କଥାରେ, ଚତୁରତାରେ, ଶଠତାରେ ଓ ଉପସ୍ଥିତ ବୁଦ୍ଧିରେ ବଳି ଯିବା ବା ଠକି ଦେବା ସହଜ ନଥିଲା । କେହି ମଧ୍ୟ ତାଙ୍କ ଠାରୁ ବୁଦ୍ଧିରେ ବଳି ଯାଇ ନଥିଲେ ।

ଗୋପାଳଙ୍କୁ କିଏ କିଛି କହିଲେ ମୁହେଁ ମୁହେଁ ସେ ଜବାବ୍ ଦେଇ ଦିଅନ୍ତି । କ୍ରମେ କ୍ରମେ ଗୋପାଳଙ୍କର ବୁଦ୍ଧି ଓ ହାସ୍ୟ ରହସ୍ୟ କଥା ରାଜା କୃଷ୍ଣଚନ୍ଦ୍ରଙ୍କ କାନରେ ପଡିଲା । ଗୋପାଳଙ୍କୁ ସେ ଡକାଇ ପଠାଇଲେ । ରାଜ ଦରବାରରେ ଜଣେ ଜଣେ ହାସ୍ୟ ରସିକ ଲୋକଙ୍କର ଆବଶ୍ୟକ ଥାଏ । ରାଜା ଯେତେ ବେଳେ ରାଜ କାର୍ଯ୍ୟରେ କ୍ଳାନ୍ତ ହୋଇ ପଡନ୍ତି ତାଙ୍କର ମନୋରଞ୍ଜନ ନିମନ୍ତେ ଏହି ହାସ୍ୟ ରସିକ ମାନେ ବିଭିନ୍ନ ହାସ୍ୟ କଥା କହି ରାଜାଙ୍କ ଭାରାକ୍ରାନ୍ତ ମନକୁ ହାଲୁକା କରିଥାନ୍ତି ।

ରାଜା ଗୋପାଳଙ୍କର ବୁଦ୍ଧି ଓ କଥା ଚାତୁରୀରେ ମୁଗ୍ଧ ହେଲେ । ଅଳ୍ପ ଦିନରେ ସେ ରାଜାଙ୍କର ପ୍ରିୟ ପାତ୍ର ହୋଇ ଉଠିଲେ । ଅନେକ ଘଟଣାରେ ଅନେକ ବିପଦ ଆପଦରେ କୃଷ୍ଣଚନ୍ଦ୍ରଙ୍କୁ ସେ ରକ୍ଷା କଲେ ।

ଲୋକଙ୍କ ସହିତ ହଠାତ୍ ଆଳାପ କରିବାକୁ ଲୋକଙ୍କୁ ସଙ୍ଗେ ସଙ୍ଗେ ହସାଇ ବାକୁ ଓ କନ୍ଦାଇ ବାକୁ ସେ ଧୂରନ୍ଧର ଥିଲେ । ଗୋପାଳଙ୍କର ଏହି ଚତୁରତା ଯୋଗୁଁ ରାଜା କୃଷ୍ଣଚନ୍ଦ୍ର ପ୍ରଚୁର ଅର୍ଥ ଓ ମୂଲ୍ୟବାନ୍ ପଦାର୍ଥ ଉପହାର ଦେଉ ଥିଲେ । ରାଜାଙ୍କ ଠାରୁ ଆର୍ଥିକ ଅନୁଦାନ ପାଇ ଗୋପାଳଙ୍କର ଦାରିଦ୍ର୍ୟତା ଦୂର ହୋଇ ଯାଇ ଥିଲା । ମାତ୍ର ସେ ମିତବ୍ୟୟୀ ନଥିଲେ । ଥିଲେ ବାଘର ଆହାର, ନଥିଲେ ପବନ ଆହାର ଥିଲା ତାଙ୍କର ପ୍ରକୃତି ।

ଗୋପାଳ ସାଧାରଣତଃ ଗମ୍ଭୀର ପ୍ରକୃତିର ଲୋକ ଥିଲେ । ମାତ୍ର ତାଙ୍କର ଚେହେରା, କଥା ବାର୍ତ୍ତା ଓ ମୁଖ ଭଙ୍ଗିକୁ ଯିଏ ଦେଖିବ ନିଶ୍ଚିତ ହସିବ । ନ ହସି ରହି ପାରିବ ନାହିଁ । ସେ ଲୋକଙ୍କୁ ହସାଇଲେ ସୁଦ୍ଧା ନିଜେ ହସିବେ ନାହିଁ ।

ବଡ ଲୋକ, ରାଜା, ନବାବ୍, ଜମିଦାର, ଉଚ୍ଚ ବଂଶଜ ଓ ଉଚ୍ଚ ଧରଣର ଲୋକଙ୍କ ମନୋରଞ୍ଜନ କରିବା ଗୋପାଳଙ୍କର ଏକ ମାତ୍ର କର୍ତ୍ତବ୍ୟ ଥିଲା ।

ଗୋପାଳଙ୍କୁ ସମସ୍ତେ ଦେଖି ଖୁସି ହେଉ ଥିଲେ । ଗୋପାଳ ତାଙ୍କ ଜୀବନ କାଳରେ ଯେଉଁ ସବୁ ହାସ୍ୟରସର କଥୋପ କଥନ କରି ଥିଲେ ତାହା ସବୁକୁ ଲୋକ ମାନେ ମନେ ରଖି ଥିଲେ । କଥା ପ୍ରସଙ୍ଗରେ କୁହା କୁହି ହୁଅନ୍ତି । ଲୋକ ମୁହଁରୁ ମୁହଁ ହୋଇ ଗଡି ଆସିଛି ଏହି କାହାଣୀ ଗୁଡିକ ଗୋପାଳ ଭାଣ୍ଡ କାହାଣୀ ରୂପେ ।

Features,

1. Odia Stories.

2. Information about Gopala Bhanda.

3. Biography.

4. Daily/Weakly Updates.

5. Recommended Stories Books.

Show More

Additional APP Information

Latest Version

2.0

Uploaded by

Ahmed Yasser Ahmed

Requires Android

Android 4.4+

Content Rating

Everyone

What's New in the Latest Version 2.0

Last updated on Jan 16, 2018

1. "Story of The Day" on Everyday/Weekly
2. All Gopala Bhanda Stories in Odia
3. Bug-fixes and stability improvements.
4. New Navigation Drawer.
5. New Floating Action Button.
6. Recommended Stories Books.

Show More

Gopala Bhanda Screenshots

Gopala Bhanda posterGopala Bhanda screenshot 1Gopala Bhanda screenshot 2Gopala Bhanda screenshot 3Gopala Bhanda screenshot 4Gopala Bhanda screenshot 5Gopala Bhanda screenshot 6

Related Tags

Popular Articles In Last 24 Hours

Subscribe to APKPure
Be the first to get access to the early release, news, and guides of the best Android games and apps.
No thanks
Sign Up
Subscribed Successfully!
You're now subscribed to APKPure.